ଅଭିନୟ

ଅଭିନୟ

ତୁମର ଅକୁହା କଥା ବୁଝିପାରେ ମୁହିଁ
ଚାପିଚାପି ହସି ତୁମେ ରାଗିବାର ଅଭିନୟ କର
ଅଭିମାନ ଭରା ଲୁହ ତୁମ ପ୍ରେମର ପରିଚୟ
ଜାଣେ ମୁଁ,
ଜାଣେ ଯେ ତୁମେ ମୋତେ ଭଲପାଅ
ହଜି ଯିବାକୁ ଚାହଁ ମୋ ସାଥିରେ
କାହିକି କେଜାଣି ସବୁ ଜାଣି ବି
ପାରୁନି ତୁମକୁ ହୃଦୟରେ ଚାପି
କେବେ ଦୁଃଖ ଅବା ପୀଡା ହେଲେ
କାନ୍ଦିପାରୁନି ତୁମ ବାହୁ ବନ୍ଧନରେ ନିଜକୁ ସମର୍ପି
ପ୍ରେମ ଯେ ଏତିକି ବେଦନା ବିରହର ସମାହାର
ତୁମକୁ ପାଇ ଜାଣିଲି,
ଆଉ ଜାଣିଲି ପ୍ରେମକରି ନ କରିବାର ଅଭିନୟ ।

ସସ୍ମିତା ପ୍ରଧାନ
30.01.2019
ବିଶାଲଖିଣ୍ଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ

Comments

Post a Comment

Popular posts from this blog

Silent sky

What is Creativity