Silent sky


ନୀରବ ଆକାଶ
ତୁମେ ଥିଲ,ଖୁସି ଥିଲି
ଆଜି ତୁମେ ନାହିଁ ପୁଣି ବି
କେଜାଣି ଅନ୍ତରରେ ଶୁନ୍ୟତା ନାହିଁ
ହଜିଲାପରି ଲାଗୁନି କିଛି
ତୁମରମନେ ଅଛି ,
ଦିନେ କଥା ହେଲ ନି ବୋଲି
କେତେ ରାଗିଥିଲି
କେତେ ଅଭିମାନ ଭରା ଲୁହଥିଲା
ଆଜି କିନ୍ତୁ ଦିନ ବିତି କେତେ ବର୍ଷ ହେଲା
ଦେଖିନି ତୁମକୁ, ଶୁଣିନି କଥା ତୁମ
କାହିଁ , ଲୁହ ତ ନାହିଁ ନା ଅଛି ଅଭିମାନ
ସମୟ ବଦଳିଛି
କିଛି ତୁମେ କିଛି ମୁ ବଦଳିଛି
କିନ୍ତୁ ଦେଖ ଏ ଆକାଶକୁ,
ସେମିତି ଚାହିଁ ରହିଛି
ନୀଳ ଆକାଶ ନିର୍ମଳ ସେପରି
ଯେମିତି କିଛି ବର୍ଷ ଆଗରୁ ଥିଲା
ହସି ହସି ଗାଉଥିଲା ସାଥି ହୋଇ
ନୀରବ ନୀରବ ରହି ବି ସତେ
କେତେ କଥା କୁହେ ଏଇ ଆକାଶ

ସସ୍ମୀତା ପ୍ରଧାନ
ସେରସୁଆଁତଳ


Comments

Post a Comment

Popular posts from this blog

ଅଭିନୟ

What is Creativity

Spiritual love is true love