Life is Celebration


Life is Celebration
ଶୂନ୍ୟ ଆକାଶରେ ଭାଷେ ଯହିଁ ମେଘ
ମନର ଭାବନା ସେହିପରି
କେବେ ଦୁଃଖ କେବେ ଯାତନାଭରା ତ
ଆନନ୍ଦରେ କେବେ ଯାଏ ଭରି
ସାକ୍ଷଭାବ ରଖି ନ ବହି ଏଥିରେ
ଦେଖ ହୃଦୟର ବିଚଳନ
ପ୍ରତିମୂହୁର୍ତ୍ତ ରେ ପ୍ରତିକ୍ଷଣେ ବଞ୍ଚି
ଆନନ୍ଦେ ବୁଝିବା ଇହ ଜୀବନ
ଆସେଯାଏ କେତେ ଶହଶହ ମେଘ
ଘୁରିବୁଲେ ଏଇ ଆକାଶରେ
କେବେ ବାରି ରୂପ ନେଇ ପୁଣିଥରେ
ଶୂନ୍ୟ ଆକାଶ କରିଦିଏ
ମନର ଭାବନା ବାଦଳ ସଦୃଶ
ଆସୁଥିବ ପୁଣିଯାଉଥିବ
ସ୍ଥିରରଖି ଚିତ୍ତ ଦେଖିଲେ ଭାବନା
ପ୍ରତିକ୍ଷଣ ହେବ ମହୋତ୍ସବ।


Its a philosophical poem. Our thoughts and emotions are like clouds in the sky which move haphazardly here and there. We need to keep a strict vigil on them.  One who live his or her life in the present moment can only be able to celebrate it.

By Sasmita Pradhan
sasmita4pradhan@gmail.com

Comments

Post a Comment

Popular posts from this blog

ଅଭିନୟ

Silent sky