Posts

Showing posts from January, 2019

ଅଭିନୟ

ଅଭିନୟ ତୁମର ଅକୁହା କଥା ବୁଝିପାରେ ମୁହିଁ ଚାପିଚାପି ହସି ତୁମେ ରାଗିବାର ଅଭିନୟ କର ଅଭିମାନ ଭରା ଲୁହ ତୁମ ପ୍ରେମର ପରିଚୟ ଜାଣେ ମୁଁ, ଜାଣେ ଯେ ତୁମେ ମୋତେ ଭଲପାଅ ହଜି ଯିବାକୁ ଚାହଁ ମୋ ସାଥିରେ କାହିକି କେଜାଣି ସବୁ ଜାଣି ବି ପାରୁନି ତୁମକୁ ହୃଦୟରେ ଚାପି କେବେ ଦୁଃଖ ଅବା ପୀଡା ହେଲେ କାନ୍ଦିପାରୁନି ତୁମ ବାହୁ ବନ୍ଧନରେ ନିଜକୁ ସମର୍ପି ପ୍ରେମ ଯେ ଏତିକି ବେଦନା ବିରହର ସମାହାର ତୁମକୁ ପାଇ ଜାଣିଲି, ଆଉ ଜାଣିଲି ପ୍ରେମକରି ନ କରିବାର ଅଭିନୟ । ସସ୍ମିତା ପ୍ରଧାନ 30.01.2019 ବିଶାଲଖିଣ୍ଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ

Silent sky

Image
ନୀରବ ଆକାଶ ତୁମେ ଥିଲ,ଖୁସି ଥିଲି ଆଜି ତୁମେ ନାହିଁ ପୁଣି ବି କେଜାଣି ଅନ୍ତରରେ ଶୁନ୍ୟତା ନାହିଁ ହଜିଲାପରି ଲାଗୁନି କିଛି ତୁମରମନେ ଅଛି , ଦିନେ କଥା ହେଲ ନି ବୋଲି କେତେ ରାଗିଥିଲି କେତେ ଅଭିମାନ ଭରା ଲୁହଥିଲା ଆଜି କିନ୍ତୁ ଦିନ ବିତି କେତେ ବର୍ଷ ହେଲା ଦେଖିନି ତୁମକୁ, ଶୁଣିନି କଥା ତୁମ କାହିଁ , ଲୁହ ତ ନାହିଁ ନା ଅଛି ଅଭିମାନ ସମୟ ବଦଳିଛି କିଛି ତୁମେ କିଛି ମୁ ବଦଳିଛି କିନ୍ତୁ ଦେଖ ଏ ଆକାଶକୁ, ସେମିତି ଚାହିଁ ରହିଛି ନୀଳ ଆକାଶ ନିର୍ମଳ ସେପରି ଯେମିତି କିଛି ବର୍ଷ ଆଗରୁ ଥିଲା ହସି ହସି ଗାଉଥିଲା ସାଥି ହୋଇ ନୀରବ ନୀରବ ରହି ବି ସତେ କେତେ କଥା କୁହେ ଏଇ ଆକାଶ ସସ୍ମୀତା ପ୍ରଧାନ ସେରସୁଆଁତଳ